DMF Brochure Odisha (ORIYA)

February 09, 2018

ଦୁଃଖର ବିଷୟ ଯେ ଭାରତର ଖଣିଜ ଲବଣରେ ସମୃଦ୍ଧ ଜିଲ୍ଲାଗୁଡ଼ିକରେ ମଧ୍ୟ ଦେଶର ସବୁଠାରୁ ଗରିବ ଲୋକେ ବାସ କରୁଛନ୍ତି । ଏହି ଗଭୀର ଆର୍ଥିକ ଏବଂ ସାମାଜିକ ଅସମାନତା ମଧ୍ୟ ଓଡ଼ିଶାର ଅଗ୍ରଗତିକୁ ପ୍ରଭାବିତ କରୁଛି । ଯାହାକି ଦେଶର ଅନ୍ୟତମ ଖଣିଜ ଲବଣରେ ସମୃଦ୍ଧ ରାଜ୍ୟ । ଭାରତ ସରକାରଙ୍କର ସର୍ବାଧୁନିକ ଦାରିଦ୍ର୍ୟ ଆକଳନ ଅନୁଯାୟୀ, ଓଡ଼ିଶାର ଗ୍ରାମାଞ୍ଚଳରେ ବାସ କରୁଥିବା ୩୬ ପ୍ରତିଶତରୁ ଅଧିକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି । ଯାହାକି ଜାତୀୟ ହାରାହାରି ୨୬ ପ୍ରତିଶତଠାରୁ ଢ଼େର୍‌ ଅଧିକ । ଏହା ସହିତ ରାଜ୍ୟର ୨୭ଟି ଜିଲ୍ଲାକୁ ମଧ୍ୟ ପ୍ଲାନିଂ କମିସନ ଦ୍ୱାରା ପଛୁଆ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଏହି ପରିସ୍ଥିତି ଆହୁରି ଗମ୍ଭୀର, ୭୫ ପ୍ରତିଶତରୁ ଅଧିକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ।

ଭାରତର ଗଣତନ୍ତ୍ର ପାଇଁ ଏହି ଅସମାନତା ଏକ ଅନ୍ଧକାର ଦିଗ ଭାବରେ ପ୍ରତୀୟମାନ ହେଉଛି । ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାରମେଣ୍ଟ ଏକ ସିଟିଜେନ୍ସ ରିପୋର୍ଟ ପ୍ରକାଶ କରିଛନ୍ତି- ରିଚ୍‌ ଲ୍ୟାଣ୍ଡ୍‌ସ ପୁଅର୍‌ ପିପୁଲ୍‌: ଇଜ୍‌ ସସ୍‌ଟେନେବୁଲ ମାଇନିଂ ପସିବୁଲ୍‌? (ସମୃଦ୍ଧ ସ୍ଥାନର ଗରିବ ଜନତା: ଧାରଣଯୋଗ୍ୟ ଖଣି ଖନନ ସମ୍ଭବ କି? ଯାହାକି ଖଣି ଖନନ ଦ୍ୱାରା ପ୍ରଭାବିତ କ୍ଷେତ୍ରରେ ଏହି ବିଷମତାର ପ୍ରଭାବର ସମାଧାନ କରିବା ପାଇଁ ଏକ ନୂତନ ସାମାଜିକ ଓ ପରିବେଶଗତ ରାଜିନାମା ଅପେକ୍ଷା ରଖୁଛି । ବିଭିନ୍ନ ଭିତ୍ତିଭୂମି ମାଧ୍ୟମରେ ଏହାର ସମାଧାନ ପାଇଁ ୧୦ ବର୍ଷ ଧରି ଆଲୋଚନା ଓ ମୂଲଚାଲ ହୋଇଛି । ୨୦୧୫ ମସିହାରେ, ଶେଷରେ ଭାରତର କେନ୍ଦ୍ରୀୟ ଖଣି ଖନନ ଆଇନ, ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ (ଏମଏମଡିଆର) ୧୯୫୭ ମସିହାର ସଂଶୋଧିତ ହୋଇଥିଲା ଏବଂ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମଏଫ) ପ୍ରତିଷ୍ଠା କରାଯାଇଥିଲା ।

ଡିଏମଏଫ ସହିତ, ପ୍ରଥମ ଥର ପାଇଁ ଲୋକେ ପ୍ରାକୃତିକ ସମ୍ପଦରୁ ଲାଭବାନ ହେବାର ଅଧିକାରକୁ ମାନ୍ୟତା ମିଳିଛି । ଏହା ସମୃଦ୍ଧ ଜମି ଓ ଏହାର ଗରିବ ଜନତାଙ୍କ ମଧ୍ୟରେ ରାଜିନାମାର ପୁନର୍ଲିଖନର ନିର୍ଣ୍ଣାୟକ ସୁଯୋଗ ଆଣିଦେଇଛି ।

Downlaod PDF